କ୍ୟାପିଟାଲ ହସ୍ପିଟାଲରେ କୋଭିଡ ମକଡ୍ରିଲ

ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ କୋଭିଡ ମକଡ୍ରିଲ କରାଯାଇଛି।

ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ପୋର୍ଟାଲରେ ଆମେ ଆମର ପ୍ରସ୍ତୁତି ନେଇ ସମସ୍ତ ତଥ୍ୟ ଅପଲୋଡ କରିଛୁ। କ୍ୟାପିଟାଲ ହସପିଟାଲ ଏକ କୋଭିଡ ହସ୍ପିଟାଲ୍ ନୁହେଁ। ମୁଖ୍ୟତଃ ଏଠି କରୋନା ପରୀକ୍ଷା କରାଯାଏ। ଏଇଠୁ କରେନା ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥାଏ। ପରିସ୍ଥିତିକୁ ଦେଖି ଏଠାରେ କରୋନା ରୋଗୀଙ୍କ ପାଇଁ ୧୦ଟି ଆଇସୋଲେଶନ ବେଡ୍ ପ୍ରସ୍ତୁତ ରହିଛି।
ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ କରାଯାଉଛି। ଅଧିକ ଆବଶ୍ୟକ ପଡ଼ିଲେ ଆମେ ପରୀକ୍ଷା ସଂଖ୍ୟା ବଢ଼ାଇବୁ। ତେଣୁ ଏଥିପାଇଁ ଟେଷ୍ଟ କିଟର ଆବଶ୍ୟକତା ବଢ଼ିବା ସହ କୋଭିଡ ସୁପରିଚାଳନା ପାଇଁ ଅଧିକ ମ୍ୟାନ ପାୱାରର ଆବଶ୍ୟକତା ମଧ୍ୟ ରହିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

Related Articles

Back to top button