ଚନ୍ଦନ ଯାତ୍ରା ବେଳେ ଜଗତସିଂହପୁର ଜିଲ୍ଲାର ମା’ ଶାରଳାଙ୍କ ପୀଠରେ ବିସ୍ଫୋରଣ, ୧୦ରୁ ଅଧିକ ଲୋକ ଆହତ

ଜଗତସିଂହପୁର : ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ । ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ପୀଠରେ ଅଘଟଣ। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଶ୍ରଦ୍ଧାଳୁଙ୍କ ଗହଣରେ ଚନ୍ଦନଯାତ୍ରାକୁ ମନୋରମ କରିବା ପାଇଁ ବାଣ ଫୁଟାଇବା ବେଳେ ଏପରି ଅଘଟଣ ଘଟିଛି । ବାଣ ବସ୍ତାରେ ନିଆଁ ପଡ଼ିବା ଫଳରେ ବିସ୍ଫୋରଣ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କର ମଣିଜଙ୍ଗା ମେଡ଼ିକାଲରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ପୋଲିସ ମଧ୍ୟ ରହିଛନ୍ତି ବୋଲି କୁହାଯାଉଛି । ଏନେଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା କରିଛନ୍ତି।

Related Articles

Back to top button