ସ୍ବାସ୍ଥ୍ୟ ମନ୍ତ୍ରୀ ହତ୍ୟା ଘଟଣାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ ଗୋପାଳଙ୍କ ପୈତୃକ ବାସଭବନରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତେବେ ଏହି ଟିମ୍‌ ଯିବା ବେଳେ ଗୋପାଳଙ୍କ ଭାଇ ସତ୍ୟ ନାରାୟଣ ଦାଶଙ୍କୁ ଉଠାଇ ନେଇଛି। ତାଙ୍କୁ କୁଆଡେ ଏବଂ କାହଁିକି ନିଆଯାଇଛି, ସେନେଇ କ୍ରାଇମ୍‌ ବ୍ରାଞ୍ଚ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ପାଖରେ ସତ୍ୟ ନାରାୟଣଙ୍କ ଗୋଟିଏ ହୋଟେଲ୍‌ ଥିଲା। ଏହାର ନାଁ ଥିଲା ‘ବ୍ରହ୍ମପୁର ହୋଟେଲ୍‌’। ପ୍ରାୟ ଏକ ମାସ ପୂର୍ବେ ସତ୍ୟ ନାରାୟଣ ବ୍ରଜରାଜନଗରକୁ ଯାଇ ଏହି ହୋଟେଲ୍‌ ଖୋଲିଥିଲେ। ତେବେ ଘଟଣା ପୂର୍ବ ଦିନ ଅର୍ଥାତ ଶନିବାର ଶେଷ ଥର ପାଇଁ ହୋଟେଲ୍‌ ଖୋଲା ଥିଲା, ତା’ ପରଠୁ ବନ୍ଦ ରହିଛି। ସତ୍ୟନାରାୟଣ ନିଜ ଘରକୁ ଫେରି ଆସିଥିଲେ। ଏଣୁ ହତ୍ୟାକାଣ୍ଡର କାରଣ ସଂପର୍କରେ ତାଙ୍କ ପାଖରେ ଥିବା କ୍ରାଇମ୍‌ ବ୍ରାଞ୍ଚ ସନ୍ଦେହ କରୁଛି।

Related Articles

Back to top button