୨ଟି ଭିପିଏନ୍ ସିଷ୍ଟମ ବ୍ୟବହାର କରି ଆସିଥିଲା ଧମକପୂର୍ଣ୍ଣ ମେଲ୍

ଡିଜିପି ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସୂଚନା । ୨ଟି ଭିପିଏନ୍ ସିଷ୍ଟମ ବ୍ୟବହାର ହୋଇଥିବା କହିଲା କ୍ରାଇମବ୍ରାଞ୍ଚ । ‘ଗୋଟିଏ କାନାଡାରୁ, ଗୋଟିଏ ଆମେରିକାରୁ ବ୍ୟବହାର ହୋଇଛି । ଏହି ଦୁଇ ଦେଶରୁ ମେଲ୍ ଆସିଥିବା ଆଶଙ୍କା କଲା କ୍ରାଇମବ୍ରାଞ୍ଚ । ଏନେଇ କେନ୍ଦ୍ରୀୟ ଏଜେନ୍ସୀକୁ ଅବଗତ କରାଯିବା ନେଇ କହିଲା କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ଲୋଡ଼ାଯିବ । ପନ୍ନୁ ଦେଇଥିବା ଇମେଲ ଧମକକୁ ନେଇ ଗୁଗଲକୁ ତଥ୍ୟ ମାଗିଥିଲା କ୍ରାଇମବ୍ରାଞ୍ଚ । ଘଟଣାର ଗୁରୁତ୍ୱକୁ ଦେଖି ଆଗକୁ ଏନଆଇଏ ଏହାର ତଦନ୍ତ କରିବ ବୋଲି କୁହାଯାଉଛି । ପନ୍ନୁ ରାଜ୍ୟର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଇମେଲରେ ଏକ ଧମକ ଦେଇଥିଲା ।

ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଡିଜି ସମ୍ମିଳନୀ କାଳରେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଇମେଲ ମିଳିଥିଲା । ଏଥିରେ ୧ ଡିସେମ୍ବରକୁ କୌଣସି ବ୍ୟକ୍ତି ବିଜୁ ପଟ୍ଟନାୟକ ଏୟାର ପୋର୍ଟକୁ ନ ଯିବାକୁ ତଥା କୌଣସି ବିମାନ ଉଡାଣ ନ ଭରିବାକୁ କୁହାଯାଇଥିଲା । ଏଥିରେ ଏକ ଅଡିଓ କ୍ଲିପ ମଧ୍ୟ ଆଟାଚ ଥିଲା । ଏହି ଅଡିଓରେ ପନ୍ନୁର ସ୍ୱର ଶୁଣିବାକୁ ମିଳିଥିଲା । ଏଥିରେ ଭୁବନେଶ୍ୱରକୁ ସିଟି ଅଫ ଟେରର ବୋଲି କହିଥିଲା ପନ୍ନୁ । ଯାହାକୁ ନେଇ ସାହୁ ପୋଲିସରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା । ସାହୁଙ୍କ ଅଫିସରୁ ସମସ୍ତ ତଥ୍ୟ ସଂଗ୍ର କରିଥିଲା ।ଏହା ପରେ କ୍ରାଇମବ୍ରାଞ୍ଚର ଏସଟିଏଫ ଗୁଗଲକୁ ପନ୍ନୁ ସମ୍ପର୍କିତ ତଥ୍ୟ ଦେବାକୁ ଅନୁରୋଧ କରିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା ଦିନ ବିମାନବନ୍ଦରରୁ ବିମାନ ନ ଉଡାଇବାକୁ ପନ୍ନୁ ଧମକ ଦେଇଥିବାରୁ ଏହା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲା । ତେଣୁ ଏହି ଘଟଣା ଉପରେ ଆଗକୁ ନାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ମଧ୍ୟ ତଦନ୍ତ କରି ପାରନ୍ତି ।

Related Articles

Back to top button