ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଗାନ୍ଧୀ ଛକ ଫାଣ୍ଡି ପରିସରରେ ଥିବା ଏକ ପୁରୁଣା କାରରୁ ଡାଏରୀ ଜବତ
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ ସହ ପରିସରରେ ଥିବା OR 15N 4263 ନମ୍ବର ବିଶିଷ୍ଟ ଏକ ପୁରୁଣା କାରରୁ କ୍ରାଇମବ୍ରାଞ୍ଚ ଏକ ଡାଏରୀ ସହ କିଛି କାଗଜପତ୍ର ଜବତ କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ କାରଟିକୁ ଗୋପାଳ ଅନେକ ସମୟରେ ବ୍ୟବହାର କରୁଥିଲେ । ତେବେ କାରଟି ଗୋପାଳଙ୍କ ନାମରେ ନୁହେଁ ବରଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ସୂଚନା ମିଳିଛି । ଗତ ରବିବାର ଏଏସ୍ଆଇ ଗୋପାଳ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧୀ ଛକରେ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଗୋପାଳଙ୍କୁ ଟାକିରିରୁ ବହିଷ୍କୃତ କରାଯାଇଛି । ପୋଲିସ ଗୋପାଳକୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଥିବା ବେଳେ ସେ କାହିଁକି ନବ ଦାସଙ୍କୁ ହତ୍ୟା କଲା ତାହା ଏବେବି ପ୍ରଶ୍ନ ହୋଇ ରହିଛି ।