ଗୋପାଳର ହେବ ନାର୍କୋ ଟେଷ୍ଟ, ପୁଣି ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ। ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ୪ ଦିନ ଲାଗି ରିମାଣ୍ଡରେ ନେଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଆଜି ଗୋପାଳକୁ କୋର୍ଟରେ ହାଜର ସହ ପୁଣି ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ୫ ଦିନ ଲାଗି ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଗୋପାଳର ନାର୍କୋ ଟେଷ୍ଟ ସହ ପଲିଗ୍ରାଫ୍ ଟେଷ୍ଟ କରାଯିବ। ଏଥିଲାଗି ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି। ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ନେଇ କ୍ରାଇମ ସ୍ପଷ୍ଟରେ ସିନ୍ ରିକ୍ରିଏସନ୍ କରିଥିଲା। ଗୋପାଳ କିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ତାହାର ଡେମୋ ଦେଖାଇ ଥିଲା ।

ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ କାରରୁ ଓହ୍ଲାଇବା ବେଳେ ଅତି ପାଖରୁ ଏଏସ୍ଆଇ ଗୋପାଳ ଗୁଳି କରିଥିଲା।

Related Articles

Back to top button