ମଡେଲ ସୌମ୍ୟରଞ୍ଜନ ମୃତ୍ୟ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:. ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୨୦୨୦ ଜାନୁଆରୀ ୩୦ରେ ଆତ୍ମହତ୍ୟା କରିଥିଲେ ସୌମ୍ୟ। ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ ପରିବାର ଲୋକେ। ପୂର୍ବରୁ ସୋନାଲି ନନ୍ଦଙ୍କୁ ପୁଲିସ ଟିମ ପଚରାଉଚରା କରି ଛାଡ଼ି ଦେଇଥିଲେ।

Related Articles

Back to top button