ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଲା କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚର ଏକ ଟିମ୍‌‌। ତେବେ ସେମାନେ ଘଟଣାର କେଉଁ ଦିଗକୁ ନେଇ ତଦନ୍ତ କରୁଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ ବ୍ରାଞ୍ଚର ଏକ ଟିମ୍‌‌ ବ୍ରହ୍ମପୁରରେ ୫ ଦିନ ରହି ତଦନ୍ତ କରିଥିଲା। ଗୋପାଳଙ୍କ ଭାଇ ସତ୍ୟ ନାରାୟଣ, ପତ୍ନୀ ଜୟନ୍ତୀ ଏବଂ ଅନ୍ୟମାନଙ୍କୁ ପଚରାଉଚରା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଥିଲା କ୍ରାଇମ୍‌‌ ବ୍ରାଞ୍ଚ।

Related Articles

Back to top button