ସାତକୋଶିଆରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ: ୪ ଦିନ ପାଇଁ ବୋଟ ଓ ଡଙ୍ଗା ବନ୍ଦ

ଅନୁଗୁଳ: ବର୍ତ୍ତମାନ ଶିତଋତୁ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟପ୍ରାଣି ଯଥା, ପକ୍ଷୀ କଇଁଛ ଏବଂ କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ପକ୍ଷୀଗଣନା ଆରମ୍ଭ ହୋଇଥିବା ବେଳେ ଆଜି ଅନୁଗୁଳ ଜିଲ୍ଲାର ସାତକୋଶିଆରେ କୁମ୍ଭୀର ଗଣନା ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ଗଣନା କାର୍ଯ୍ୟ ୪ ଦିନ ଧରି ହେବ । ଯେଉଁଥିପାଇଁ ୧୨ଟି ଟିମଙ୍କୁ ନିୟୋଜିତ କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୋବାଇଲ ଟ୍ରାକିଂ, ଜିପିଏସ୍, ବାଇନାକୁଲାର ସାହାର୍ଯ୍ୟରେ କୁମ୍ଭୀରମାନଙ୍କ ଗଣନା କରାଯାଉଛି । ବର୍ତ୍ତମାନ ଏହି ଗଣନା କାର୍ଯ୍ୟ ଚାଲିଥିବାରୁ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ଓ ମାଛଧରା ଡଙ୍ଗାକୁ ମଧ୍ୟ ବାରଣ କରାଯାଇଛି । ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ବୋଟିଙ୍ଗ ଏବଂ ମାଛଧରା ଡଙ୍ଗା ବନ୍ଦ ରହିବ ।

ତେବେ ଚିଲିକା ଏବଂ ଭିତରକନିକାରେ ପକ୍ଷୀଗଣନା ହୋଉଥିବା ବେଳେ ବର୍ତ୍ତମାନ ସାତକୋଶିଆରେ କୁମ୍ଭୀର ଗଣାନା ମଧ୍ୟ ଆରମ୍ଭ ହୋଇଛି । ଫଳରେ ବର୍ତ୍ତମାନ ସମୟରେ କେତେ ମାତ୍ରାରେ କେଉଁ ପ୍ରଜାତିର କୁମ୍ଭୀର ଅଛନ୍ତି ତାହା ଜଣାପଡିବ । ଏଥିସହିତ କେଉଁ କୁମ୍ଭୀରମାନଙ୍କ ବଂଶ ଲୋପ ପାଉଛି ତା ମଧ୍ୟ ଡଣାପଡିବ ।

Related Articles

Back to top button