ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ଧର୍ମର ମାସ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବିଭିନ୍ନ ବେଶର ଦର୍ଶନ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଏବେ ଲାଗିଛି ହବିଷ୍ୟାଳିଙ୍କ ଭିଡ଼ । ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଦର୍ଶନ କରିବାପାଇଁ ଭକ୍ତମାନେ ଦୂରଦୂରାନ୍ତ ରୁ ଆସି ଭିଡ଼ ଜମାଇଥାନ୍ତି । ତେବେ ମହାପ୍ରଭୁଙ୍କ ଏହି ମନୋହର ବେଶକୁ ଦେଖିବା ପରେ ନିଜକୁ ଧନ୍ୟ କରିଥାନ୍ତି ଭକ୍ତ ମାନେ

ସୂଚନା ଅନୁଯାୟୀ, ଆଜି ଭୋରୁ ୪ଟାରୁ ଶ୍ରୀ ମନ୍ଦିର ଦ୍ୱାର ଫିଟା ଯାଇଥିଲା । ଏହାପରେ ଭିତରକୁ ଶୁଦ୍ଧ କରାଯାଇ ମଙ୍ଗଳ ଆଳତି, ଓ ମାଇଲମ ହୋଇ ବିଭିନ୍ନ ରୀତିନୀତି କରାଯାଇଛି । ଶ୍ରୀ କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଭିତରେ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି ।

Related Articles

Back to top button