ରାଜଧାନୀରେ ଦୁଇ ନୂଆ ରୁଟରେ ମୋ ବସ ସେବା

ଭୁବନେଶ୍ୱର: ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସିଆରୟୁଟି ବା ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି।

ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨ ନମ୍ୱର। ୪୧ ନମ୍ବର ରୁଟ ବସଟି ବରମୁଣ୍ଡା ବସ ଷ୍ଟାଣ୍ଡରୁ ଟାଙ୍ଗୀ ଯିବ। ଭାୟା ଲିଙ୍କ ରୋଡ୍ ଏବଂ ବାଦାମବାଡି ଦେଇ ଏହି ବସ୍ ଯିବ ବୋଲି ସିଆରୟୁଟି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ସେହିପରି ୪୨ ନମ୍ବର ରୁଟର ବସଟି ବରମୁଣ୍ଡାରୁ ନନ୍ଦନକାନନ ଭାୟା ଚନ୍ଦକା ଦେଇ ଯିବ।

ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ ବା ବିଏମସି କମିଶନର ବିଜୟ କୁଲାଙ୍ଗେ ପ୍ରେସ ରିଲିଜ ଜାରି କରି କହିଛନ୍ତି, ଲେକାଙ୍କ ସୁବିଧା ପାଇଁ ମୋ ବସ ସେବା ଚାଲୁଛି। ଏହି ଦୁଇ ନୂଆ ରୁଟରେ ବସ ଚଳାଇବାକୁ ଅନେକ ଦାବି ଆସିବା ପରେ ମ୍ୟାନଜେମେଣ୍ଟ ନୂଆ ଦୁଇଟି ରୁଟ ଯୋଡ଼ିଛି। ଜାନୁଆରୀ ୨୪ରୁ ଏହି ବସ୍ ଗଡିବ।

ଉଲ୍ଲେଖଯୋଗ୍ୟ, ଟୁଇନ ସିଟିରେ ମୋ ବସ ପାଲଟିଛି ଲୋକଙ୍କ ଯିବା ଆସିବା ପାଇଁ ପ୍ରମୁଖ ମାଧ୍ୟମ। କମ୍ ଦାମରେ ଏବଂ ଅଲ୍ପ ସମୟ ବ୍ୟବଧାନରେ ସିୟୁଆରଟି ଯୋଗାଇ ଦେଉଛି ମୋ ବସ ସେବା।

Related Articles

Back to top button