ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ, ସିସିଟିଭି ଯାଞ୍ଚ କରାଯାଇଛି -ଡିସିପି

କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ଟ୍ରାଫିକ୍ ପୋଲିସ ଦେଖି ନାହିଁ । ପୋଲିସ ଯାଞ୍ଚ କରୁଛି । ଯଦି ଦୁର୍ବୃତ୍ତ କୌଣସି ଟ୍ରାଫିକ୍ ପୋଷ୍ଟ କରିଥିବେ ଏବଂ ଏହାକୁ କର୍ମଚାରୀ ଗମ୍ଭୀରତାର ସହ ନେଇ ନଥିବେ ସେ ଉପରେ ମଧ୍ୟ ତଦନ୍ତ କରାଯାଉଛି ।

ଭାଇରାଲ୍ ଭିଡିଓ ଆଧାରରେ ପୋଲିସ ୨ ଜଣ ଯୁବକଙ୍କୁ ଚିହ୍ନଟ କରି ଅଟକ ରଖି ପଚରାଉଚରା କରୁଛି । ଡିସିପିଙ୍କ ସୂଚନା ଅନୁସାରେ, ପୀଡ଼ିତ ଯୁବକ ଓ ସ୍କୁଟିରେ ଥିବା ୨ ଅଭିଯୁକ୍ତ ପରସ୍ପରକୁ ଜାଣନ୍ତି । ପୀଡ଼ିତ ଯୁବକ ପୂର୍ବରୁ କିଛି ଟଙ୍କା ଧାର ନେଇଥିଲେ । ଟଙ୍କା ଧାର ନେବାକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା କହିଛନ୍ତି କଟକ ଡିସିପି ।

ତେବେ ପୋଲିସ ଅଟକ ରଖିଥିବା ୨ ଯୁବକଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ଡିସିପି ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ୨ ଯୁବକଙ୍କ ଏଭଳି ବଡ଼ ପଦକ୍ଷେପ ନେଲେ ସେନେଇ ପୋଲିସ ଯାଞ୍ଚ କରୁଛି । ତେବେ ଘଟଣା ଘଟିଥିବା ଅଞ୍ଚଳରେ ଲାଗିଥିବା ସିସିଟିଭି ପୋଲିସ ଯାଞ୍ଚ କରୁଛି । ଘଟଣା ପରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

 

Related Articles

Back to top button