
ତାତିରୁ ମିଳିବ ତ୍ରାହି, ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ
୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗର ନିକଟରେ ସୃଷ୍ଟି ହେବ କି ଘୂର୍ଣ୍ଣି ବଳୟ । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ଦକ୍ଷିଣ ବଙ୍ଗୋପସାଗର ନିକଟ ଭୂମଧ୍ୟ ଭାରତ ମହାସାଗରରେ ଏପ୍ରିଲ ୩ ତାରିଖ ମଧ୍ୟରେ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ରହିଛି ।ଅକ୍ଷାଂଶର ସମାନ୍ତରଳ ଭାବେ ବହୁଥିବା ପବନରେ ଅସଙ୍ଗତି ଏବଂ ଭୂମଧ୍ୟରେଖୀୟ ଢେଉ ଯୋଗୁଁ ଘୂର୍ଣ୍ଣ ବଳୟ ସୃଷ୍ଟି ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଛି । ଭାରତ ମହାସାଗରରେ ନେଗେଟିଭ ଇଣ୍ଡିଆନ୍ ଡାଇପୋଲ୍ ସ୍ଥିତି ରହିଛି । ଅର୍ଥାତ ପଶ୍ଚିମ ଭାରତ ମହାସାଗରେ ପାଣି ସ୍ବାଭାବିକଠାରୁ ଥଣ୍ଡା ରହିଛି ଏବଂ ପୂର୍ବ ଭାରତ ମହାସାଗରର ସମୁଦ୍ର ପାଣି ଗରମ ରହିଛି । ଏହା ଘୂର୍ଣ୍ଣି ବଳୟ ସୃଷ୍ଟି ପାଇଁ ଏକ ଅନୁକୂଳ ବାତାବରଣ ।