ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ର ରୂପ ନେଲା ଗଭୀର ଅବପାତ

ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର‌ ଅଞ୍ଚଳରେ ରହିଥିବା ସକ୍ରିୟ ଅବପାତ ଗତକାଲି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହି ବାତ୍ୟା ‘ମିଧିଲି’ ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ । ଉତ୍ତରପୂର୍ବ ଦିଗକୁ ଏହାର ଘଣ୍ଟା ପ୍ରତି ବେଗ ୨୦ କିଲୋମିଟର ରହିଛି । ତେବେ ଓଡିଶା ପ୍ରତି ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଗଭୀର ଅବପାତଟି ବର୍ତ୍ତମାନ ପାରାଦୀପର ଦକ୍ଷିଣ-ପୂର୍ବ ଦିଗରେ ୧୯୦ କିଲୋମିଟର ଦୂରରେ ରହିଛି । ଏହା ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦ କିଲୋମିଟର ଦୂରରେ ଅଛି । ଆଗାମୀ ୯ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । କିନ୍ତୁ ଓଡ଼ିଶା ଉପରେ ବାତ୍ୟାର ବିଶେଷକିଛି ପ୍ରଭାବ ପଡ଼ିବ ନାହିଁ । କେବଳ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

Related Articles

Back to top button