ହକି ବିଶ୍ୱକପ୍‍ ପାଇଁ ଜାନୁୟାରୀ ୭ ତାରିଖରୁ ରାଉରକେଲାକୁ ଦୈନିକ ବିମାନ ସେବା ଆରମ୍ଭ ହେବ

ଭୁବନେଶ୍ୱର: ହକି ବିଶ୍ୱକପ୍‍ ଆୟୋଜନକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖରୁ ରାଉରକେଲାକୁ ଦୈନିକ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଲାକୁ ପ୍ରଥମ ବିମାନ ଉଡାଣ ହେବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏହି ସେବା ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ଣ ୨.୫୫ ମିନିଟ୍‍ରେ ବିମାନ ଉଡାଣ ଆରମ୍ଭ କରିବ ଏବଂ ଅପରାହ୍ଣ ୩.୫୦ରେ ରାଉରକେଲାରେ ଅବତରଣ କରିବ । ସେହିପରି ରାଉରକେଲାରୁ ଅପରାହ୍ଣ ୪.୧୦ରେ ଉଡାଣ କରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ । ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍‍ ଓଡ଼ିଶାରେ ଆୟୋଜନ ହେଉଥିବାରୁ ରାଉରକେଲାକୁ ବିମାନ ଚଳାଚଳ ଆବଶ୍ୟକ ହୋଇପଡିଛି ବୋଲି ସୂଚନା ମିଳିଛି ।

ଏହାରି ମଧ୍ୟରେ ଏବେ ସାରା ରାଜ୍ୟରେ ହକି ବିଶ୍ୱକପ୍‍ ଟ୍ରଫି ପରିକ୍ରମା ଜାରି ରହିଛି। ଆଜି ରାୟଗଡ଼ା ସହରରେ ଆନନ୍ଦ ଉତ୍ସାହର ସହ ସ୍ୱାଗତ କରାଯାଇଛି । ଟ୍ରଫିକୁ ନେଇ ସହର ପରିକ୍ରମା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆଦିବାସୀ କଲ୍ୟାଣ ତଥା ଆଇନ୍‍ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧା ୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ
ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

Related Articles

Back to top button