ଲୋକସେବା ଭବନରେ ପ୍ରଦର୍ଶିତ ହେବ ‘ଦମନ’

ଭୁବନେଶ୍ୱର: ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଦମନ’କୁ ନେଇ ସବୁ ଆଡେ ଚର୍ଚ୍ଚା ଲାଗି ରହିଛି। ଓଡ଼ିଶା ସରକାର ‘ଦମନ’କୁ ଟିକସ ମୁକ୍ତ କରିଥିବା ବେଳେ ଆଜି ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ ବୋଲି ସୂଚନା ମିଳିଛି। ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀରେ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।

Related Articles

Back to top button