ଶ୍ରୀଜିଉଙ୍କ ବନକଲାଗି ନୀତି: ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ବୁଧବାର ମାଘ-କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।
ସୂଚନା ଓ ସ୍ଥିରୀକୃତ ହୋଇଥିବା ନୀତି ଅନୁଯାୟୀ  ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ଘ.୫.୦୦ଟାରୁ ରାତି ଘ.୯.୦୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Related Articles

Back to top button