କିଟ୍ ପହଂଚି ତଥ୍ୟ ସଂଗ୍ରହ କରିଛନ୍ତି ତଥ୍ୟ ଅନୁସନ୍ଧାନକାରୀ କମିଟିର ସଦସ୍ୟମାନେ

କିଟ ବିଶ୍ୱବିଦ୍ୟାଳୟରେ ଜଣେ ବିଟେକ ତୃତୀୟ ବର୍ଷ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଜି ତଥ୍ୟ ଅନୁସନ୍ଧାନକାରୀ କମିଟିର ସଦସ୍ୟମାନେ ବିଶ୍ୱବିଦ୍ୟାଳୟରେ ପହଂଚି ତଥ୍ୟ ସଂଗ୍ରହ କରିଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ତଦ ପରବର୍ତ୍ତୀ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଗତକାଲି ରାଜ୍ୟ ସରକାର ଏକ ତଥ୍ୟ ସନ୍ଧାନକାରୀ କମିଟି ଗଠନ କରିଥିଲେ।

ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ଶିକ୍ଷା ସଚିବ ଓ ପୁଲିସ କମିଶନର ପ୍ରମୁଖ କିଟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଜି ପ୍ରଥମେ କମିଟି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଓ ଆଗାମୀ ଦିନରେ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିବେ ସେ ସମ୍ପର୍କରେ ସ୍ଥିର କରାଯିବ। କମିଟି ଆଜି ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ହଷ୍ଟେଲକୁ ଯାଇଥିଲେ ଓ ପରେ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ। କମିଟି ମଧ୍ୟ ନେପାଳ ପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।ଶ୍ରୀ ସାହୁ କହିଛନ୍ତି ଯେ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସରକାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Related Articles

Back to top button