ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଲାଗିଛି ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଗତ କ୍ୟାବିନେଟ ବୈଠକରେ ଏ ନେଇ ଜନଜାତିଙ୍କୁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଜମି ହସ୍ତାନ୍ତରକୁ ନେଇ ଅନେକ ବାଦ ବିବାଦ ସୃଷ୍ଟି ହେବା ପରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏ ନେଇ ଏକ୍ସରେ ସୂଚନା ଜାରି କରିଛନ୍ତି ।

ସୂଚନା ଅନୁସାରେ, ନଭେମ୍ବର ୧୪ ତାରିଖରେ ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀଙ୍କ ପିକ୍ଷରୁ ବିରୋଧ କରାଯାଇଥିଲା । ଏହାପରେ କ୍ୟାବିନେଟର ଜମି ହସ୍ତାନ୍ତର ନିଷ୍ପତ୍ତିକୁ ନେଇ ଅନେକ ବାଦ ବାଦ ସୃଷ୍ଟି ହୋଇଥିଲା । ବିବାଦ ବଢିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଜମି ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ନୂଆ ନିଷ୍ପତ୍ତିକୁ ନେଇ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଜାରି କରିଛନ୍ତି ।

Related Articles

Back to top button