ନିର୍ବାଚନୀ ପ୍ରଚାର ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରତିରକ୍ଷା ମନ୍ତ୍ରୀ

ବିଜେପି ନିର୍ବାଚନୀ ପ୍ରଚାର କରିବା ପାଇଁ ଆଜି ଓଡିଶାରେ ଆସି ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ପ୍ରଚାର କରିବେ ରାଜନାଥ । ପ୍ରଥମେ ଭବାନୀପାଟଣା ସାଧାରଣସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ କରିଛନ୍ତି । ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ ସିଂ ।

ରାଜନାଥ ସିଂ ନିଜର ସମ୍ବୋଧନରେ କହିଛନ୍ତି ଏହା ହେଉଛି ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ । ଦେଶର ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ ବୋଲି କହିଛନ୍ତି । ଗରିବୀ ହଟାଇବାକୁ ପ୍ରତିଶୃତି ଦେଇଥିଲା କଂଗ୍ରେସ କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଛନ୍ତି ରାଜନାଥ ।

ଗରିବୀକୁ ନେଇ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂହ । ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ । କଂଗ୍ରେସ ୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି । କଂଗ୍ରେସ କରିପାରିଲାନି କିନ୍ତୁ ମୋଦି ସରକାର କରିକି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ବୋଲି କହିଛନ୍ତି ରାଜନାଥ । ଯାହା କହିଥିଲୁ ତାହା କରି ଦେଖାଇଛୁ । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଲୁ । ତିନ ତଲାକ ହଟେଇବୁ କହିଥିଲୁ ହଟେଇଲୁ । ରାମ ମନ୍ଦିର କରିବା ପାଇଁ କହିଥିଲୁ କଲୁ । ବିଜେପି ଯାହାକହେ ସେଇଆ କରେ ବୋଲି କହିଛନ୍ତି ରାଜନାଥ ସିଂ ।

Related Articles

Back to top button