ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି। ନୂଆ ସରକାର ନିକଟରେ ଏହି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ତେଣୁ ପୂର୍ବରୁ ବିଜେଡି ସରକାର ଏହାକୁ ଚାପି ଦେଇଥିଲେ। ବର୍ତ୍ତମାନ ବିଜେପି କ୍ଷମତାକୁ ଆସିଥିବାରୁ ଏହାର ସିବିଆଇ ତଦନ୍ତ ହେବା ଜରୁରୀ।ସୂଚନାଯୋଗ୍ୟ, ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ନିକଟ ସମୁଦ୍ରରେ ମଙ୍ଗୋଲିଆର ଏକ ପଣ୍ୟବାହୀ ଜାହାଜ ଏମଭି ବ୍ଲାକରୋଜ ବୁଡ଼ି ଯାଇଥିଲା। ଜାହାଜରେ ଥିବା ୨୪ ହଜାର ମେଟ୍ରିକ ଟନ ଲୌହ ଧାତୁ ଏବଂ ୯୨୦ ମେଟ୍ରିକ ଟନ ଫରନେସ ତୈଳ ସମୁଦ୍ରରେ ବୁଡ଼ି ଯାଇଥିଲା। ଏହା ଦ୍ଵାରା ସମୁଦ୍ରରେ ଉକ୍ତ ଅଞ୍ଚଳର ଜୈବ ବିବିଧତା ପ୍ରଭାବିତ ହୋଇଥିଲା।

Related Articles

Back to top button