ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଘନ କୁହୁଡି

ଭୁବନେଶ୍ୱର: ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ପଡିଛି। ଘନ କୁହୁଡି ଯୋଗୁ ୩୦ରୁ ୪୦ ମିଟର ଦୂରରୁ କିଛି ଦେଖି ହେଉନାହିଁ। କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ଘନ କୁହୁଡି ଯୋଗୁ ୩୦ ମିଟର ଦୂରରୁ କିଛି ଦିଶୁନଥିବାରୁ ରାସ୍ତାରେ ଗାଡ଼ିର ଗତି ଧୀମା ରହିଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଶନିବାର ରାତି ଅପେକ୍ଷା ରବିବାର ଦିନ ବିଭିନ୍ନ ସ୍ଥାନରେ ପାରଦସ୍ତରରେ ସାମାନ୍ୟ ବୃଦ୍ଧି ଘଟିଛି। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟରେ ଶୀତ ପ୍ରକୋପ କିଛି ମାତ୍ରାରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ଆସନ୍ତାକାଲି ମଧ୍ୟ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Related Articles

Back to top button