ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ସମ୍ଭାବନା
ସାରା ରାଜ୍ୟରେ ଲାଗି ରହିଥିବା ଥଣ୍ଡା କହର ସାମାନ୍ୟ କମିଥିବା ବେଳେ ଚାରିଆଡ଼େ କୁହୁଡ଼ିର ଆବରଣ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଘନ କୁହୁଡ଼ି ଚାଦରରେ ଘୋଡ଼େଇ ହେଉଛି ପରିବେଶ । ଏହା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ।ଆଜି ଦକ୍ଷିଣ ଉପକୂଳରେ ମୁଖ୍ୟତଃ ଘନ କୁହୁଡି ଦେଖାଦେଇଛି । ଆସନ୍ତା 2 ଦିନରେ ରାଜ୍ୟରେ ସ୍ଵାଭାବିକ ତାପମାତ୍ରା ଠାରୁ 2-3 ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ଵରରେ 17.2 ଡିଗ୍ରୀ ଥିଲା
ଏହା ସହ ଅନେକ ଜାଗାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 2-3 ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, 30 ରୁ ପହିଲା ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅଛି ।
ଥଣ୍ଡା କହର କମିଥିଲେ ମଧ୍ୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ରହିଛି । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି । ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।ଅପରପକ୍ଷରେ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍ ଆକଳନ ଅନୁସାରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ଗତି ପଶ୍ଚିମ ଦିଗରେ ରହିପାରେ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିନପାରେ ।