
ପାଣିପାଗ ବିଭାଗ ପକ୍ଷରୁ ଘନ କୁହୁଡି ପାଇଁ ସତର୍କତା ଜାରି
ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାକୁ ଆଉ ୩ ଦିନ ପାଇଁ ଘନ କୁହୁଡି ୱାର୍ଣ୍ଣିଂ ଦିଆଯାଇଛି। ଶୁକ୍ରବାର ପାଇଁ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ ଓ ନୟାଗଡ଼଼ରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା ୮ ତାରିଖ ପାଇଁ ୮ ଜିଲା ଏବଂ ୯ ତାରିଖ ନିମନ୍ତେ ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।