
ଘନ କୁହୁଡି ନେଇ ଚେତାବନୀ ଜାରି : ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
ଘନ କୁହୁଡି ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ପାଇଁ ଘନ କୁହୁଡି ନେଇ ସୁନ୍ଦରଗଡ, ନୟାଗଡ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳକୁ ଚେତାବନୀ ଜାରି ହୋଇଛି । ସେହିଭଳି ୧୭ ତାରିଖରେ ଘନ କୁହୁଡି ନେଇ ୫ ଜିଲା ଯଥା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।