
ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।
ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆଗକୁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ୮ଟି ସେଣ୍ଟର ଖୋଲାଯିବ।
ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନସର, ଟାଇପ୍ ୨ ଡାଇବେଟିସ୍ ଭଳି ରୋଗ ମା’କୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି । ଏହାସହ ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ।ସପିଂ ମଲ୍ ଯେଉଁଗୁଡିକରେ ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ ସେମାନେ ମହିଳା ମାନଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେବେ ଆଗକୁ ତା ପାଇଁ ସରକାର ବ୍ୟବସ୍ଥା କରିବେ ।