ଅନୁଗୁଳରୁ ଫେରୁଥିବା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଅନୁଗୁଳଅନୁଗୁଳରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଉପବାଚସ୍ପତିଙ୍କ ଗାଡ଼ି । ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ପରେ କାର ଯୋଗେ ଉପବାଚସ୍ପତି ରଜନୀକାନ୍ତ ସିଂହ ଫେରୁଥିଲେ। ପଞ୍ଚମ ମହଲା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା । କାରର ଡାହାଣ ପାର୍ଶ୍ୱରେ ୧୦ ଚକିଆ ଟ୍ରକ୍ ମାଡ଼ ହୋଇଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ରଜନୀକାନ୍ତ ସିଂହ । ଉପବାଚସ୍ପତି ରଜନୀକାନ୍ତ ସିଂ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି। ସୁରକ୍ଷା ବଳୟରେ ରଜନୀକାନ୍ତ ଅନୁଗୁଳରୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା।

Related Articles

Back to top button