ଆସନ୍ତା ୧୨ ତାରିଖରେ ଶ୍ରୀ ମନ୍ଦିରରେ ପାଳନ ହେବ ଦେବ ଦୀପାବଳି : ପ୍ରଜ୍ବଳନ ହେବ ଏକ ଲକ୍ଷ ଦୀପ

ଶ୍ରୀ ମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ଆସନ୍ତା ୧୨ ତାରିଖରେ ଏହି ଦେବ ଦୀପାବଳି ପାଇଁ ଏକ ଲକ୍ଷ ଦୀପ ପ୍ରଜ୍ବଳନ ହେବ । ସିଂହଦ୍ୱାରା ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପବିତ୍ର ଦୀପ ଗୁଡିକୁ ଲଗାଯିବ । ଏହି ଉତ୍ସବ ପାଇଁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯିବ । ସେଦିନ ସନ୍ଧ୍ୟା 5 ଟାରୁ 7 ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦୀପଦାନ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ବିଶ୍ବର କଲ୍ୟାଣ କରିବା ।

କାର୍ତ୍ତିକ ମାସ ଅମାବାସ୍ୟା ବା ଦୀପାବଳୀ ଦିନ ହିନ୍ଦୁମାନେ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଦୀପଦାନ କରିଥିବା ବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ନନ୍ଦ ଓ ବସୁଦେବଙ୍କ ସମେତ ଇନ୍ଦୁଦ୍ର୍ୟୁମ୍ନଙ୍କ ପାଇଁ ଦୀପଦାନ ବା ପିଣ୍ଡଦାନ କରିଥାନ୍ତି । କିନ୍ତୁ ଏହି ଦୀପ ପ୍ରଜ୍ବଳନ ଉତ୍ସବ ୧୦୨୧ ମସିହାରୁ ଶ୍ରୀମନ୍ଦିରରେ ଆୟୋଜନ ହୋଇଆସୁଛି ।କୋଭିଡ ମହାମାରୀରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ସେହି ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଶ୍ବରୁ କୋଭିଡ ମହାମାରୀଠାରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କ ନିକଟରେ ଏହି ଦୀପ ଉତ୍ସବ ଆୟୋଜନ ହୋଇଥିଲା। ଏହି ଦିନ ମହାପ୍ରଭୁ ଦରଡ଼ାଳୁଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ । ତେବେ ଆୟୋଜନ ହୋଇଥିବା ଏହି ଉତ୍ସବ ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଛନ୍ତି ।

Related Articles

Back to top button