ଆଜି ଶ୍ରୀମନ୍ଦିରରେ ମିଳିବ ‘ନୀଳାଚଳ ଅବଢ଼ା’

ପୁରୀ:  ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜମାନ କରୁଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡିଥିବା ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ବିଜେ କରୁଥିବାରୁ ପୁଣି ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ବୁଧବାରଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ଏବଂ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ।

ତେବେ ବାହୁଡା ଦିନଠାରୁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଭୋଗ ଲାଗିହୋଇ ନ ଥିଲା। ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖୁଲି ମହାପ୍ରସାଦ ଲାଗି ହେଉଥିଲା। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବାପରେ ବୁଧବାର ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ। ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢା ବୋଲି କୁହାଯାଇଥାଏ।

Related Articles

Back to top button