କାର୍ତ୍ତିକ ମାସର ପ୍ରଥମ ସୋମବାରରେ ସମସ୍ତ ଶିବ ମନ୍ଦିରରେ ଢେର ଭିଡ଼

କାର୍ତ୍ତିକ ମାସର ପ୍ରଥମ ସୋମବାରରେ ସମସ୍ତ ଶିବ ମନ୍ଦିରରେ ଢେର ଭିଡ଼ ଜମିଛି ଭକ୍ତମାନଙ୍କର। ସୋମବାର ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ତେଣୁ ମହାଦେବଙ୍କ ଦର୍ଶନ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଲଗାଇଲେଣି। ସେପଟେ ବାବା ଧବଳେଶ୍ୱରଙ୍କ ପୀଠରେ ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯିବା ସହିତ ବାବାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି।

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଢେର ଭିଡ଼ ଜମିବା ସହିତ ପୀଠରେ ବ୍ରତପାଳନ କରୁଛନ୍ତି ଶ୍ରଦ୍ଧାଳୁ ଏବଂ ବ୍ରତଧାରୀ। କାର୍ତ୍ତିକ ମାସର ପ୍ରଥମ ସୋମବାର ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ। ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂଜା ସମିତି ପକ୍ଷରୁ ଭୋର 4ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି ,ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପୂର୍ଣ ହୋଇଛି। ବାବାଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତମାନେ ବେଶ ଉତ୍ସାହିତ ଅଛନ୍ତି। ସେହିପରି ଭୁବନେଶ୍ୱରର ଲିଙ୍ଗରାଜରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି କାଇଁ କେତେ ଦୂରରୁ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତମାନେ ଆସିଛନ୍ତି।

Related Articles

Back to top button