ଆଜି ଠାରୁ ଦୁଇ ଦିନିଆ ଆସାମ ଓ ତ୍ରିପୁରା ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଆସାମ ଓ ତ୍ରିପୁରା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ୧୨ ଅକ୍ଟୋବରରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ନର୍ଥଇଷ୍ଟ ଗସ୍ତରେ ଯିବେ।

ଆଜି ( ବୁଧବାର) ରାଷ୍ଚ୍ରପତି ନୂଆଦିଲ୍ଲୀରୁ ସିଧାସଳଖ ତ୍ରିପୁରା ଗସ୍ତରେ ଯିବେ । ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବେ ରାଷ୍ଟ୍ରପତି ତ୍ରିପୁରା ଷ୍ଟେଟ ଜୁଡିସିଆଲ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଗରତାଲାର ନରସିଂଗଡରେ ଏହି କାର୍ଯ୍ୟକ୍ରମ ରହିଛି । ଏହାପରେ ତ୍ରିପୁରା ବିଧାୟକଙ୍କ ପାଇଁ ନିର୍ମାଣ ହୋଇଥିବା ବିଧାୟକ କଲୋନୀର ଉଦଘାଟନ କରିବେ । ଯାହା ଅଗରତାଲା କ୍ୟାପିଟାଲ କମ୍ପ୍ଲେକ୍ସରେ ନିର୍ମାଣ ହୋଇଛି । ଏତଦ ବ୍ୟତୀତ ରାଷ୍ଚ୍ରପତି ରାଜ୍ୟ ସରକାରଙ୍କ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯେଉଁଥିରେ ରହିଛି ଭିତ୍ତିଭୂମି, ସ୍କୁଲ, ରାସ୍ତା, କଲେଜ, ମ୍ୟୁଜିୟମ, ସାଂସ୍କୃତିକ ସଂଗ୍ରାହାଳୟ । ଏହାସହ ଆଇଆଇଆଇଟି ଅଗରତାଲାର ମଧ୍ୟ ଭିତ୍ତିପ୍ରସ୍ତର ରଖିବେ ରାଷ୍ଟ୍ରପତି ।

୧୩ ତାରିଖରେ ରାଷ୍ଟ୍ରପତି ଅଗରତାଲା ରେଳ ଷ୍ଟେସନରୁ ଗୌହ୍ବାଟି-କୋଲକାତା- ଗୌହ୍ବାଟି ଟ୍ରେନର ସମ୍ପ୍ରସାରଣକୁ ଉଦଘାଟନ କରିବେ । ଏହି ଟ୍ରେନ ଅଗରତାଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଅଗରତାଲା- ଜିରିବାମ-ଅଗରତାଲା- ଜନଶତାବ୍ଦୀ ଟ୍ରେନକୁ ଖୋନସାଙ୍ଗ ମଣିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ମଧ୍ୟ ଉଦଘାଟନ କରିବେ ।

୧୪ ତାରିଖରେ ରାଷ୍ଟ୍ରପତି ଆସାମ ଗସ୍ତ କରି ଆଇଆଇଟି ଗୌହ୍ବାଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

Related Articles

Back to top button