
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବଲାଙ୍ଗିର ଖପରା ଡୁଙ୍ଗୁରି ଗୁମ୍ଫା ଅବହେଳିତ: ଉନ୍ନତି ପାଇଁ ପରିଦର୍ଶନ କଲେ ଡିଏଫ୍ଓ
ସଇଁନ୍ତଲା: ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଉଥିବା କହୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଟିକ୍ରାପଡ଼ା ପଞ୍ଚାୟତ ସ୍ଥିତ ଖପରାଡୁଙ୍ଗୁରି ଗୁମ୍ଫା ଓ ସେଠାରେ ଥିବା ମନ୍ଦିର ଅବହେଳିତ ଅବସ୍ଥାରେ ରହିଥିଲା। ଏହାର ଉନ୍ନତି ଦିଗରେ ଅନେକ ଥର ସ୍ଥାନୀୟ ଜନସାଧାରଣ ସରକାରଙ୍କ ଠାରେ ଦାବି କରି ଆସୁଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ସରକାରଙ୍କ ନଜର ଏହା ଉପରେ ପଡ଼ିଛି। ତୁରନ୍ତ ଏହି ଅବହେଳିତ ଅବସ୍ଥାରେ ଥିବା ଗୁମ୍ଫାର ଉନ୍ନତି କରଣ ଦିଗରେ ପଦକ୍ଷେପ ନେବା ପାଇଁ ଆଜି ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବନ ବିଭାଗ ଅଧିକାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇବା ସହ ଖୁବ୍ଶୀଘ୍ର ଏହାର ଉନ୍ନତି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଏଥିରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ସିପୁନ ଖମାରୀ, ଧନିରାମ ଭୋଇ, ସନାତନ୍ ଭୋଇ, ପ୍ରସାଦ ବରିହା, କୀର୍ତ୍ତିଚନ୍ଦ୍ର ଭୋଇ, ନକୁଲ ବାଗ, ନିରଞ୍ଜନ ଭୋଇ, ବାବା ପ୍ରଣୟ କୁମାର ଦାସ, ଭୋଲାସାଗର ନାଗ, ଦାମ୍ବୋଦର ପୁଟେଲ, ଆରସିସି ଅଶ୍ବିନୀ କୁମାର କର, ଫରେଷ୍ଟର ଆନନ୍ଦ ଚନ୍ଦ୍ର ବିଶି, ଜୟକୃଷ୍ଠ ଭୋଇ, ଗୁଣନିଧି ପରିଡ଼ା, ଲଲିତ ରାଉତ, ପିଣ୍ଟୁ ବୁଡେକ, ରାମ ପ୍ରଧାନ, ତୁଷ ବୁଡେକ, କେଶବ ଦଣ୍ତସେନା ପ୍ରମୁଖ ଉପସ୍ଥିତ ଥିଲେ।