ଝାରସୁଗୁଡାରେ ନବ ଦାସଙ୍କ ହତ୍ୟାକାଣ୍ଡ କ୍ରାଇମ ସ୍ପଟକୁ ଗଲେ ପୋଲିସ ଡିଜି ସୁନିଲ କୁମାର ବଂଶଲ, ଜଷ୍ଟିସ ଜେ. ପି. ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ ମଙ୍ଗଳବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଆଜି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବାେଥ୍ରାଙ୍କ ସହ କଡା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ଗାନ୍ଧି ଚୌକ ଯାଇଥଲେ । ଏଡିଜି ଅରୁଣ ବୋଥ୍ରା ତାଙ୍କୁ ତଦନ୍ତର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ । ଗତକାଲି ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା।  ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଆଜି ପାେଲିସ ମହା ନିର୍ଦ୍ଦେଶକ  ସୁନିଲ କୁମାର ବଂଶଲ ଯାଇଥିଲେ ।

ବଂଶଲ ଆଜି ସକାଳେ ବରିଷ୍ଠ ଅଧିକାରୀଙ୍କ ସହ କ୍ରାଇମ ସ୍ପଷ୍ଟକୁ ଯାଇଛନ୍ତି। ସେ କହିଛନ୍ତି,  ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ଟିକିନିଖି ତଦନ୍ତ କରାଯାଉଛି । ତେଣୁ ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ତେବେ  ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରୁଥିବାବେଳେ  ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅଧିକ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଥିଲେ ବଂଶଲ ।

ଏଠି କହିରଖିବୁ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରେ ଜଣେ ପୋଲିସ ଗୁଳିକରି ହତ୍ୟା କଲେ । ଏପରି ଏକ ହାଇ ପ୍ରୋଫାଇଲ ହତ୍ୟାରେ ପୋଲିସ ମହା ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ନ ଥିବାରୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଥିଲା । ଏପରିକି ବିରୋଧୀ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏହା ସୁଚିନ୍ତିତ ଷଡଯନ୍ତ୍ର ବୋଲି ବିରୋଧି ତୁମ୍ଭିତୋଫାନ କରିଥିଲେ ।

ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଆଜି କ୍ରାଇମ ସ୍ପଟକୁ ଯାଇଛନ୍ତ । ଜଷ୍ଟିସ ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି । ଆଜି ସକାଳେ ଜଷ୍ଟିସ ଦାସ ବ୍ରଜରାଜନଗର କ୍ରାଇମ ସ୍ପଟକୁ ଯାଇ ଘଟଣାର ଟକିନିଖି ଅନୁଧ୍ୟାନ କରିଛନ୍ତି ।

ଆଜି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବାେଥ୍ରାଙ୍କ ସହ କଡା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ଗାନ୍ଧି ଚୌକ ଯାଇଥଲେ । ଏଡିଜି ଅରୁଣ ବୋଥ୍ରା ତାଙ୍କୁ ତଦନ୍ତର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ ।

ଜଷ୍ଟିସ ଦାସ କ୍ରାଇମ ବ୍ରାଞ୍ଚ ତଦନ୍ତର ଦିଗକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳ ବାର ହୋଇଥିବା କ୍ରାଇମ ସିନ ରିକ୍ରିଏସନ ତଦନ୍ତର ଧାରାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ସେ  କହିଛନ୍ତି  । ତେବେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ଦାସ ।

Related Articles

Back to top button