ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟିଂ, ୬ ତାରିଖରେ ହେବ ଭୋଟ୍ ଗଣତି

ଧାମନଗର :  ସରିଲା ଧାମନଗର ଉପନିର୍ବାଚନ । ୪୬ ନମ୍ୱର ବିଧାନସଭା ଆସନ ପାଇଁ ପଡିଲା ଭୋଟ୍ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟିଂ ବେଳେ ଗାଁ ଗୁଡିକରେ ଗଣ୍ଡୋଗୋଳ ହୋଇଛି। ହେଲେ ବୁଥ ଗୁ଼ଡିକରେ କୌଣସି ପ୍ରକାର ଗଣ୍ଡଗୋଳ ହୋଇନଥିବା ରାଜ୍ୟ ନିର୍ବାଚନ ଅଧିକାରୂ ସୁନୀଲ ଲୋହନୀ ସୂଚନା ଦେଇଛନ୍ତି। ତେବେ ପିଙ୍କ୍ ବୁଥରେ ଭଲ ମତଦାନ ହୋଇଥିବା ସୂଚନା ରହିଛି। ଏହାର ଅର୍ଥ ମୋଟ୍ ଭୋଟରଙ୍କ ମଧ୍ୟରୁ ଆଜିର ମତଦାନରେ ମହିଳା ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଛନ୍ତି।

ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ମତାଧିକାର ଥିଲେ । ବିଜେଡିର ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସ ନିର୍ବାଚନରେ ପ୍ରାର୍ଥୀ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ ତାହାକୁ ନେଇ ନାନା କଳ୍ପନାଜଳ୍ପନା । ୬ ତାରିଖରେ ହେବ ଭୋଟ୍ ଗଣତି ।

Related Articles

Back to top button