ଅନୁଗୁଳରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଏଥର ସମ୍ବଲପୁର ଆସନ ପାଇଁ ଜମିବ ରାଜନୀତି । ଗୋଟିଏ ପଟେ ବିଜେପି ତ ଆଉ ଗୋଟିଏ ପଟେ ବିଜେଡିର ଟାଣୁଆ ନେତା ଏହି ଆସନ ପାଇଁ ମୁହାଁମୁହିଁ ହେଉଛନ୍ତି । ଭାରତୀୟ ଜନତା ପାର୍ଟିର ଖୁବ ଚିହ୍ନା ଚେହେରା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଆସନ ପାଇଁ ନିଜ ବଳ ଦେଖାଇବେ । ସମ୍ବଲପୁର ଲୋକସଭା ଆସନ ହାତେଇବା ପାଇଁ ଧର୍ମେନ୍ଦ୍ର-ପ୍ରଣବ ମହାଲଢେଇ ଦେକିବାକୁ ମିଳିବ । ଏଥିପାଇଁ ଏବେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଣବଙ୍କୁ ପଛରେ ପକାଇ ପ୍ରଥମେ ନିର୍ବାଚନୀ ବିଗୁଲ ବଜାଇଛନ୍ତି ଧର୍ମେନ୍ଦ୍ର ।

ସମ୍ବଲପୁରର ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ଅନୁଗୁଳରୁ ପ୍ରଚାରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରି ସେ ନିଜର ପ୍ରଚାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅସ୍ତ୍ରଶସ୍ତ୍ର ଧରି ସଜବାଜ ହୋଇ ନିର୍ବାଚନ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର । ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ସୁଦ୍ଧା ପ୍ରଚାର ପ୍ରସ୍ତୁତି କରି ନାହାନ୍ତି । ତେଣୁ ପ୍ରଚାର ଆରମ୍ଭ କରିବାରେ ସେ ପ୍ରଣବଙ୍କୁ ପଛରେ ପକାଇ ଦେଇଛନ୍ତି । କିନ୍ତୁ ନିର୍ବାଚାରେ କିଏ କାହାକୁ ପଛରେ ପକାଇବେ, ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button