କଳାହାଣ୍ଡିରେ ପୁଣି ଡାଇରିଆ ଆତଙ୍କ: ୨୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ଗଲାଣି ୪ ଜୀବନ

ଧର୍ମଗଡ:  କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ l ଗୋଟିଏ ବ୍ଲକ ପରେ ଆଉ ଗୋଟିଏ ବ୍ଲକକୁ ବ୍ୟାପିବାରେ ଲାଗିଛି ଡାଇରିଆl ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ଆଉ ଏବେ ପୁଣି ଜୟପଟଣା ବ୍ଲକ ବଡ଼କର୍ଲାକୋଟ ଗାଁରେ ଡାଇରିଆରେ  ୨୦ ରୁ ଉର୍ଦ୍ଧ୍ଵ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୪ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି l

କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି l ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି l ଏସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗାଁରେ ଡାଇରିଆ ବ୍ୟାପିଥିବା ଜଣାପଡିଛି ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଗାଁରେ ବର୍ତ୍ତମାନ ୧୨ ରୁ ଉର୍ଦ୍ଧ୍ଵ ଜଣ  ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି l

ବଡ଼କର୍ଲାକୋଟ  ନୂଆପଡା ରେ ପୂର୍ବରୁ କଳାବତୀ ପାତ୍ର, ଚନ୍ଦ୍ରି ବଣୁଆ, ସୁମନ କାଛିଆ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜବର ବଣୁଆ ନାମକ ଆଉ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ବର୍ତ୍ତମାନ ଡାଇରିଆରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି l ଡାଇରିଆରେ  ଆକ୍ରାନ୍ତ ହୋଇଥିବା ସମସ୍ତଙ୍କୁ ଜୟପାଟଣା ମେଡ଼ିକାଲ, ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ପ୍ରଶାସନ ପକ୍ଷରୁ  ଗାଁକୁ ମେଡ଼ିକାଲ ଟିମ ପହଞ୍ଚି ଘରକୁ ଘର ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଗାଁରେ ଥିବା ନଳକୂପ ଗୁଡିକରୁ ନମୂନା ସଂଗ୍ରହ କରାଯାଇଛି ଏବଂ ମେଡିକାଲ ଟିମ ଔଷଧ ଦେବା ସହିତ ପରିମଳ ବ୍ୟବସ୍ଥା ପ୍ରତି ଲୋକଙ୍କୁ ସଚେତନ କରାଯାଉଛି l

କଳାହାଣ୍ଡି ଜିଲ୍ଲା ରେ ଏହା ପୂର୍ବରୁ ଧର୍ମଗଡ, କୋକସରା, ରାମପୁର, ଲାଞ୍ଜିଗଡ ବ୍ଲକ ରେ ଡାଇରିଆ ବ୍ୟାପିଥିଲା l  ବିଭିନ୍ନ ମେଡ଼ିକାଲରେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଅନେକ ଆକ୍ରାନ୍ତ ସ୍ୱାସ୍ଥ୍ୟ ହୋଇ ଘରକୁ ଫେରିଲେଣି ତଥାପି ଡାଇରିଆ ଆହୁରି ବଢ଼ି ଚାଲିଛି l ବର୍ତ୍ତମାନ ଜୟପାଟଣା ବ୍ଲକ ରେ ଡାଇରିଆ ବ୍ୟାପିଛି l ବଡ଼କର୍ଲାକୋଟ ନୂଆପଡା ରେ ଡାଇରିଆ ରେ ଆକ୍ରାନ୍ତ ସମସ୍ତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣା ରେ ଭର୍ତି କରାଯାଇଛି l

ଖବର ପାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ନୂଆପଡା କୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ପଦକ୍ଷେପ ନିଆ ଯିବା ସହିତ ସ୍ୱାସ୍ଥ୍ୟ ବିଭାଗ ଟିମ କୁ ଗାଁ ରେ ପ୍ରତେକ ଘର ବୁଲି ମେଡ଼ିସିନ ଯୋଗେଇବା ସହିତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦେଶ କରିଥିବା କହିଛନ୍ତି l ଜିଲ୍ଲା ରେ ଡାଇରିଆ ଯେଉଁଭଳି ଭାବରେ କାୟା ବିସ୍ତାର କରୁଚି  ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇ ନ ଦେଲେ ଆଗକୁ ଭୟଙ୍କର ସ୍ଥିତି ହେବା ସମ୍ଭାବନା ଦେଖାଦେଉଛି l

Related Articles

Back to top button