
ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା : ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ
ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ, ରୋଗୀ ସଂଖ୍ୟା କମୁଛି ।ସରକାର ସକ୍ରିୟ ଭାବେ କାମ କରୁଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ଯାଜପୁର ଜିଲ୍ଲାରେ ସାବୁନରେ ହାତ ଧୋଇବାକୁ ସଚେତନ କରାଯାଉଛି । ବାସି ଖାଦ୍ୟ ବିକ୍ରି ହେଉଥିଲେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ ହେଉଛି । ପିଇବାକୁ ପାଣି ଯୋଗ୍ୟ ନ ହେଲେ ନଳକୂପ ଅଚଳ କରାଯାଉଛି ।