ଦ୍ଵିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର

ଭବାନୀପାଟଣା: କଳାହାଣ୍ଡି ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ଵିତୀୟ ବିବାହ କରିବେ। ନିଜ ଦ୍ଵିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ କରିଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ପୁରୀରେ ସେ ବିବାହ କରିବେ ବୋଲି କହିଛନ୍ତି।

ଦିବ୍ୟଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯୁବତୀଙ୍କର ମଧ୍ୟ ଏହା ଦ୍ଵିତୀୟ ବିବାହ ହେବ ବୋଲି ଜଣାପଡ଼ିଛି। ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। ହେଲେ ପାରିବାରିକ ବିବାଦ କାରଣରୁ ସେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଉଭୟଙ୍କ ସହମତିରେ ଏହି ଛାଡପତ୍ର ହୋଇଥିଲା। ଏବେ ପୁଣି ସେ ବିବାହ କରିବାକୁ ଯାଉଛନ୍ତି।

ଦିବ୍ୟଶଙ୍କର ମିଶ୍ର ନବୀନ ସରକାରରେ ଗୃହରାଷ୍ଟ୍ରମନ୍ତ୍ରୀ ଭଳି ବଡ ଦାୟିତ୍ୱରେ ଥିଲେ। କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ନେଇ ବିବାଦୀୟ ହୋଇପଡ଼ିଥିଲେ ଶ୍ରୀଯୁକ୍ତ ମିଶ୍ର। ବିରୋଧୀ ଏହାକୁ ନେଇ ବିଧାନସଭାଠୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ତୁମ୍ବିତୋଫାନ କରିଥିଲେ। ଯଦିଓ ସଙ୍ଗେସଙ୍ଗେ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ ଯାଇନଥିଲା। ପରେ କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ବେଳେ ଜୁନାଗଡ ବିଧାୟକ ମନ୍ତ୍ରୀ ପଦ ହରାଇଥିଲେ।

Related Articles

Back to top button