ଦାବି ଜଣାଇବା ପାଇଁ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ସାମ୍ନାକୁ ଚାଲିଆସିଲେ ଦିବ୍ୟାଙ୍ଗ

ବାଲେଶ୍ୱର:  ଦାବି ଜଣାଇବା ପାଇଁ ଜୀବନକୁ ଖାତିର ନ କରି ସିଧା ନବୀନ ପଟ୍ଟନାୟକଙ୍କ ଗାଡି ସାମ୍ନାକୁ ଚାଲି ଆସିଛନ୍ତି ଜଣେ ଦିବ୍ୟାଙ୍ଗ । ଗତକାଲି ଘଟଣା ଖୋଦ ରାଜଧାନୀରେ ଘଟିଥିବାବେଳେ ଆଜି ଘଟିଛି ବାଲେଶ୍ୱରରେ ।

ଆଜି ବାଲେଶ୍ୱର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେଠାରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏପରିକି  ବାଲେଶ୍ୱରର ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ‘ନୋ ମେନ୍ ଜୋନ୍’ ଘୋଷଣା କରାଯାଇଛି। ତେଣୁ ‘ନୋ ମେନ୍ ଜୋନ୍‌’ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଛି।

Related Articles

Back to top button