
ନବ ଦାସଙ୍କ ଝିଅ ଦୀପାଳି ସାଇବର ଠକେଇର ଶିକାର
ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଯାଇଥିବା ନେଇ ଦୀପାଳି ସମ୍ବଲପୁରର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଦୀପାଳିଙ୍କ ଅଭିଯୋଗକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।