ଆସନ୍ତା ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍

ଓଡ଼ିଶା ସହ ଯୋଡି ହେବ ଉତ୍ତର-ପୂର୍ବ ରାଜ୍ୟ । ଅକ୍ଟୋବର ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍ । ସପ୍ତାହକୁ ୭ ଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ ।

ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ ।

Related Articles

Back to top button