ମେ ମାସରୁ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ରାଜ୍ୟ ସରକାରଙ୍କ ଚୁକ୍ତିନାମା ଅନୁସାରେ, ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ସିଙ୍ଗାପୁର, ଦୁବାଇ ଓ ବ୍ୟାଂକକୁ ସିଧାସଳଖ ବିମାନ ସେବା ଯୋଗାଇବ । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ପୁରୁଣା ଟର୍ମିନାଲ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସରିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ଏହା ପରେ ପରୀକ୍ଷଣ ଉଡ଼ାଣ ହୋଇ ମେରୁ ନିୟମିତ ଉଡ଼ାଣ ହେବ ।

Related Articles

Back to top button