ବିଧାନସୌଧ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ

ଜୁନ୍ ୧୮, ୧୯ରେ ବିଧାୟକଙ୍କ ଶପଥପାଠ, ୨୦ରେ ବାଚସ୍ପତି ନିର୍ବାଚନ । ବିଧାନ ସୌଧ ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି ।ଏହି ତିନି ଦିନିଆ ଅଧିଶେନ ପାଇଁ ବିଧାନସୌଧର ଭିତର ଓ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଗୃହ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ଅଛନ୍ତି ପୋଲିସ କମିଶନର ସଞ୍ଜିବ ପଣ୍ଡା । ପୋଲିସ କମିସନର ନିଜେ ସୁରକ୍ଷା ଦାୟିତ୍ୱରେ ରହିବେ । ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ନିୟୋଜିତ କରାଯାଇଛନ୍ତି ।ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି । କେବଳ ପାସଧାରୀ ପ୍ରବେଶ କରିବେ । ସେହିପରି ୧୮ ଓ ୧୯ରେ ଶପଥ ପାଠ ହେବ । ୨୦ରେ ବାଚସ୍ପତି ନିର୍ବାଚନ ହେବ ।

Related Articles

Back to top button