
ଶ୍ରୀମନ୍ଦିରରେ ପହୁଡ଼ ନୀତି ବିଳମ୍ବ ନେଇ ଅସନ୍ତୋଷ
ପୁରୀ : ଶୁକ୍ରବାର ଭୋର୍ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ହୋଇଛି। ଏନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଭୋର୍ ୫ଟା ୫ମିନିଟ୍ରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାରୁ ସକାଳ ୭ଟାରେ ସିଂହଦ୍ୱାର ଖୋଲିଥିଲା। ଯେଉଁଥିପାଇଁ ଭକ୍ତମାନେ ମଙ୍ଗଳ ଆଳତି ଦେଖିବାରେ ବିଳମ୍ବ ହୋଇଥିଲା। ସରସ୍ବତୀ ପୂଜା ଓ ଚାଚେରି ବେଶ ପାଇଁ ଆଜି ନୀତି ବିଳମ୍ବ ହୋଇଥିବା କୁହାଯାଉଛି।