ଡିସେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ନବଦମ୍ପତି କିଟ ବଣ୍ଟନ ପ୍ରକ୍ରିୟା

ଭୁବନେଶ୍ବର: ନବ ଦମ୍ପତିଙ୍କୁ ସରକାରୀ ଉପହାର । ନବ ବିବାହିତଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେବ ଉପହାର । ଆସନ୍ତା ଡ଼ିସେମ୍ବରରୁ ପରିବାର ନିୟୋଜନ ପାଇଁ ନବ ଦମ୍ପତିଙ୍କ ପ୍ରଦାନ ହେବ କିଟ । ଏବେ କିଟ କ୍ରୟ ପ୍ରକ୍ରିୟା ଜାରି ରହିଛି । ପ୍ରତି କିଟ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଶାକର୍ମୀମାନେ ଏହି କିଟ ବଣ୍ଟନ କରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶାକର୍ମୀ ଦେବେ ଏହି ଉପହାର । ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ପକ୍ଷରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’ । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ ସହ ଅନ୍ୟାନ୍ୟ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ରହିବ ।

ତା ସହ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ଡିସେମ୍ବର ମାସରୁ ଲାଗୁ କରାଯିବ ବୋଲି କହିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି। ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ମାସରୁ ଲାଗୁ କରାଯିବ।

Related Articles

Back to top button