ଶ୍ରୀମନ୍ଦିର ନୀତି ଅନୁଯାୟୀ ଦୀପାବଳି ପାଳନ ହେବା ଉଚିତ : ମୁକ୍ତିମଣ୍ଡପ ପଣ୍ଡିତ ଓ ସେବାୟତ

ବିଭିନ୍ନ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ଥିବା ବେଳେ ଶ୍ରୀମନ୍ଦିରରେ ନଭେମ୍ବର ୧ରେ କାର୍ତ୍ତିକ ଅମାବାସ୍ୟା ଓ ଦୀପାବଳି ବୋଲି ରହିଛି। ତେବେ ଯଦି ଓଡିଶାର ପଞ୍ଜିକାର ମାନେ ମୁକ୍ତିମଣ୍ଡପ ଠାରୁ ସିକୃତି ନେଇ ପାଞ୍ଜି ପ୍ରକାଶନ କରୁଛନ୍ତି ତେବେ ଏଭଳି ଦ୍ୱନ୍ଦ କାହିଁକି ବୋଲି ପ୍ରଶ୍ନ ଉଠୁଛି। ବିଗତ ଦିନ ମାନଙ୍କରେ ରାକ୍ଷୀପୂର୍ଣ୍ଣୀମା, କୁମାରପୂର୍ଣ୍ଣିମା ଓ କାର୍ତ୍ତୀକବ୍ରତ କେଉଁଦିନ ପାଳନ କରିବେ ତାକୁ ନେଇ ଅଡୁଆରେ ପଡିଥିଲେ ସାଧାରଣ ଲୋକ।କେବେ ପାଳନ ହେବ ଦୀପାବଳି। ଶ୍ରୀମନ୍ଦିରରେ ନଭେମ୍ବର ୧ ତାରିଖରେ ପାଳନ ହେବାକୁ ଥିବା ବେଳେ ଅକ୍ଟୋବର ୩୧ ତାରିଖରେ ଦୀପାବଳି ପଡ଼ୁଛି ବୋଲି ବିଭିନ୍ନ ପାଞ୍ଜିରେ ଉଲ୍ଲେଖ ରହିଛି। ଏଭଳି ଦ୍ୱନ୍ଦରେ ପଡି ପେଷି ହୋଇ ଯାଉଛନ୍ତି ସାଧାରଣ ଲୋକ। ତିଥି,ଚନ୍ଦ୍ର ଓ ନକ୍ଷତ୍ର ଆଦି ଗଣତିକୁ ନେଇ ପାଞ୍ଜି ଓ ପଞ୍ଜିକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ସବୁଠାରୁ ବଡ଼କଥା ହେଉଛି, କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ପଡୁଛି। ଏହି ଦିନ ପୟାଶ୍ରାଦ୍ଧ ଦି ପଡୁଛି ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ଅଡୁଆରେ ପକାଉଛି। ଶ୍ରୀମନ୍ଦିରରେ ଉଦୟପର୍ବକୁ ନେଇ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ଓ ସେବାୟତ ମାନେ ମତ ରଖିଛନ୍ତି।

Related Articles

Back to top button