
ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ସ୍ଥିତ ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଖାରବେଳନଗର ଅଂଚଳରେ ରହୁଥିଲେ ଡିଜେ ଆଜେକ୍ସ । ସେହି ଘରେ ବେଡସିଟ୍ରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।