ବାରିପଦାରେ ନାବାଳିକାକୁ ଅସଦାଚରଣ କରି ଡାକ୍ତର ଗିରଫ
ବାରିପଦା : ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ନାବାଳିକା ଜଣକ ଅସୁସ୍ଥତା ଅନୁଭବ କରିଥିଲେ ।
ପରିବାର ଲୋକେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ (ପିଆରଏମ୍)ର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ । ନାବାଳିକାକୁ ଡାକ୍ତର ସୌରଭ ଉପାଧ୍ୟାୟ ନିଜ ଚାମ୍ବରକୁ ଡାକି ଚିକିତ୍ସା କରିଥିଲେ । ଆଉ ପରିବାର ଲୋକଙ୍କୁ ଚ୍ୟାମ୍ୱର ବାହାରକୁ ବାହାର କରିଦେଇଥିଲେ । ଚିକିତ୍ସା ବାହାନାରେ ଡାକ୍ତର ଜଣକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।