ରାଜ୍ୟରେ ଡାକ୍ତରଙ୍କୁ କ୍ୟାରିୟରରେ ୪ ଥର ପ୍ରମୋସନ ମିଳିବ, ପୂର୍ବରୁ ୩ ଥର ପ୍ରମୋସନ ପାଉଥିଲେ

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟର ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନେ ବେଶ୍ ଉପକୃତ ହୋଇପାରିବେ । ଏବେ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟରରେ ୪ ଥର ପ୍ରମୋସନ ମିଳିବ । ପୂର୍ବରୁ ଡାକ୍ତରମାନେ ସେମାନଙ୍କର କ୍ୟାରିୟରରେ ୩ ଥର ପ୍ରମୋସନ ପାଉଥିବା ବେଳେ ଏବେ ତାହା ବୃଦ୍ଧି କରାଯାଇଛି । ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତିଶୀଳ ନିଶ୍ଚିତ କ୍ୟାରିୟର ପ୍ରଗତି (ଡିଏସିପି) ରୁଲ୍ ଲାଗୁ କରାଯାଇଛି । ଏହି ଡିଏସିପି ନିୟମ ଲାଗୁ ହେବା ଫଳରେ ଡାକ୍ତରମାନେ ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ହୋଇ ପାରିବେ । ପୂର୍ବରୁ ଡାକ୍ତରମାନେ କ୍ୟାରିୟରରେ ୭, ୧୪, ୨୧ ବର୍ଷରେ ତିନିଥର ପ୍ରମୋସନ ପାଉଥିବା ବେଳେ ଏବେ ୬, ୧୨, ୧୮, ୨୪ ବର୍ଷରେ ପଦୋନ୍ନତି ପାଇବେ । ଚାକିରି ନିୟମିତ ହେବା ପରେ ଧାର୍ଯ୍ୟ ସମୟ ଅନୁସାରେ ଡାକ୍ତରଙ୍କ ପାଇଁ ବିଭିନ୍ନ ଲେବୁଲର ଆର୍ଥିକ ସୁବିଧା ରହିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ନିଯୁକ୍ତି ପାଉଥିବା ଡାକ୍ତରମାନେ ଏହିସବୁ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button