ସରକାରୀ ଡାକ୍ତର ଖୋଲି ପାରିବେନି କ୍ଲିନିକ୍

ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା। କଟକର ନାରାୟଣ ଚନ୍ଦ୍ର ଜେନା ନାମକ ବ୍ୟକ୍ତି ବିନା ଓକିଲରେ ବ୍ୟକ୍ତିଗତ ଭାବେ ଏଭଳି ମାମଲା ଓଡିଶା ହାଇକୋର୍ଟରେ ଦାୟର କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ନିଯୁକ୍ତି ଦେଉଥିବା ଡାକ୍ତର ମାନଙ୍କୁ ଭଲ ଦରମା ଦେଉଛନ୍ତି। ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟ ମଧ୍ୟ କରୁଛନ୍ତି। କିନ୍ତୁ ସରକାରୀ ଡାକ୍ତରମାନେ ସରକାରୀ ହସ୍ପିଟାଲରେ ରହୁ ନ ଥିବାରୁ ଗରିବ ରୋଗୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଅନେକ ସରକାରୀ ଡାକ୍ତର ସରକାରୀ ଡାକ୍ତରଖାନାରେ ଅଳ୍ପ ସମୟ ରହି ନିଜର ଘରୋଇ କ୍ଲିନିକକୁ ଯାଇ ସେଠାରେ ରୋଗୀ ଦେଖୁଛନ୍ତି। ସରକାରୀ ହସ୍ପିଟାଲରୁ ଅନେକ ଡାକ୍ତର ଘରୋଇ ଡାକ୍ତରଖାନାକୁ ରୋଗୀ ପଠାଇ ଦେବାର ନିୟମିତ ଅଭିଯୋଗ ହୋଇଆସୁଛି। ତେଣୁ ଏ ସବୁ ବନ୍ଦ କରିବା ପାଇଁ କଡା ନିୟମ ରାଜ୍ୟ ସରକାର ଆଣିବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related Articles

Back to top button